Mobile Advisory

Sl No.Message sent to farmerDate Sent
1 ନିଜ ଜମି ର ଉର୍ବରତା ଏବଂ ସାର ପ୍ରୟୋଗ ର ମାତ୍ରା ଜାଣିବା ପାଇଁ ନିଜ ଜମି ର ବିଭିନ୍ନ ସ୍ଥାନ ରୁ ମାଟି ନମୁନା ସଂଗ୍ରହ କରି କୃଷି ବିଜ୍ଞାନ କେନ୍ଦ୍ର ରେ ଦିୟନ୍ତୁ ଓ ମୃତିକା ସ୍ୱାସ୍ଥ୍ୟ କାର୍ଡ ସଂଗ୍ରହ କରନ୍ତୁ 11 Nov 2016
2 ଚାଷୀ ଭାଇଭଉଣୀମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆ ଯାଉଛି ଯେ KVK ଗଜପତିରେ ଶୀତ ଦିନିଆ ପନିପରିବା ଚାଷ ପାଇଁ ଚାରା ଯଥା ଫୁଲକୋବି, ଫଲକୋବି, ଟମାଟୋ, ଓ ବାଇଗଣ ଚାରା ପ୍ରସ୍ତୁତ ହୋଇ ଅଛି ତେଣୁ ଯଥା ଶୀଘ୍ର KVK ସହ ଯୋଗଯୋଗ କରନ୍ତୁ11 Nov 2016
3 ବାଦାମ କିମ୍ବା ରାଶି ଚାଷ କରିବାର ଥିଲେ ଜମିକୁ ଚୂନ କିମ୍ବା କାଗଜ କଲା ମଇଳା ପକାଇ ଭଲଭାବରେ ଚାଷ କରିଦିୟନ୍ତୁ . ଶେଷ ଓଡ ଚାଷ ବେଳକୁ ୨୫୦ KG ଜିପସୁମ ପ୍ରତି ହେକଟରେ ପକାଇ ଭଲ ଭାବରେ ଚାଷ କରି ଦିୟନ୍ତୁ21 Nov 2016
4 ପାଇରାରେ ମୁଗ ଚାଷ କରିବାର ଥିଲେ ଧାନ କାଟିବା ୧୦ ଦିନ ପୂର୍ବରୁ ମୁଗକୁ ବୁଣି ଦିୟନ୍ତୁ 17 Nov 2016
5 ଗେଂଡୁ ଫୁଲରେ ଆସ୍ତାପାଦି ଏବଂ ଜଳବାନ୍ଧି ହେଉଥିଲେ ଶୁକ୍ଳଫେସ ୨ ML/GM ପ୍ରତି ୧ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ 16 Nov 2016
6 ଫୁଲକୋବି ଚାଷ କରୁଥିଲେ ୨୦ -୨୫ ଦିନ ପରେ ୨ ଗ୍ରାମ ବୋରଣ ୧ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ 16 Nov 2016
7 ଯେ କୌଣସି ପନିପରିବା ଚାଷ କରିବା ପୂର୍ବରୁ ଚାରାକୁ ୨ ଗ୍ରାମ କାରବେଣ୍ଡଜ଼ୀମ ଏକ ଲିଟର ପାଣିରେ ମିଶାଇ ୧୫ ମିନଟ ରଖି ଚାରାକୁ ଲଗାନ୍ତୁ ଯା ଦ୍ୱାରା ଝାଉଁଳା ଏବଂ ମୂଳ ଶଢା ହେବ ନାହିଁ24 Nov 2016
8 ଶୀତ ଋତୁରେ ଟମାଟୋ କିମ୍ବା ଲଙ୍କା ଚାଷ କରିବାର ଥିଲେ ଶେଷ ଓଡ ଚାଷ ବେଳେ ୫୦୦ କିଗ୍ରା ପ୍ରତି ହେକଟରେ ନିମ ପିଡିଆ ପକାଇ ଚାଷ କରିଦେଲେ ଝାଉଁଳା ରୋଗରୁ ମୁକ୍ତି ମିଳି ଥାଏ 29 Nov 2016
9 ପାଇରାରେ ମୁଗ ଚାଷ କରିବାର ଥିଲେ ମଞ୍ଜିକୁ ବିନା ବତୁରାଈ ବିଶୋଧନ କରି ବିଞ୍ଚି ଦିୟନ୍ତୁ03 Dec 2016
10 ଗେଂଡୁ ଫୁଲ ଚାଷ କରିବା ପାଇଁ ସିରାକୋଲ କିସମ ଲଗାନ୍ତୁ ଏଥିରେ ବର୍ଷସାରା ଫୁଲ ଫୁଟିଥାଏ03 Dec 2016
11 ଶୀତଦିନିଆ ପନିପରିବା ଚାଷ ସହିତ ଧିଙ୍ଗିରି ଛତୁ ଚାଷ କରି ମହିଳାମାନେ ଆର୍ଥିକ ସ୍ୱାବଲମ୍ବୀ ହୁଅନ୍ତୁ 15 Dec 2016
12 ପିଆଜ ଚାଷ ବେଳେ ଅଗ ପତ୍ର ପୋଡି ଯାଉଥିଲେ METALAXYL + MANCOZEB ୨ ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ 21 Dec 2016
13 ପିଆଜ ଚାଷରେ ଏକର ପିଛା ଅଧିକ ଅମଳ ପାଇଁ ଫ୍ଲାଟ ବେଡ଼ ପ୍ରଣାଳୀରେ ୪ ମିଟର ଲମ୍ବା , ୨.୫ ମିଟର ଚଉଡା ଏବଂ ୨୫ ସେମି ଉଚତା ବିଶିଷ୍ଟ ବେଡ଼ ତିଆରି କରି ଧାଡିକୁ ଧାଡି ୧୦ ସେମି ଏବଂ ଚାରାକୁ ଚାରା ୭ ସେମି ବ୍ୟବଧାନରେ ଲଗାନ୍ତୁ . ଦୁଇ ବେଡ଼ ମଝିରେ ୪୫ ସେମିର ନାଳ ରଖନ୍ତୁ I 29 Dec 2016
14 ଚାଷୀ ଭାଇ ଓ ଭଉଣୀ ମାନେ ନିଜ ଜମିରେ ଥିବା ହୁଡ଼ା ଗୁଡିକୁ ଖାଲି ନ ରଖି ସେଥିରେ ଶୀଘ୍ର ବଢୁଥିବା ଗଛ ଯଥା ନୀଳଗିରି, ଆକାଶିଆ, ଶାଗୁଆନ ଆଦି ଗଛକୁ ୩ ମି X ୩ ମି ଦୂରତାରେ ଲଗାନ୍ତୁ ଏବଂ ସେଥିରୁ କିଛି ଅଧିକ ଅର୍ଥ ଉପାର୍ଜନ କରିବା ସହିତ ମୂର୍ତ୍ତିକା ଅବକ୍ଷୟ କରିପାରିବେ I30 Dec 2016
15 ଲେମ୍ବୁ ଗଛରେ ମୂଳରୁ ୧ ମି ଉଚତା ପର୍ଯ୍ୟନ୍ତ କୌଣସି ଡାଳ ରଖନ୍ତୁ ନାହିଁ ଏବଂ ଗଛକୁ BORDO MIXTURE (୧:୧ :୧୦୦ ଅନୁପାତ ର ତୁତିଆ, ଚୂନ ଏବଂ ପାଣି ) ସିଞ୍ଚନ କରନ୍ତୁ |11 Jan 2017
16 ଆମ୍ବ ଗଛରେ କାଣ୍ଡକୁ ମାଟିରୁ ୧ ମିଟର ଉଚତା ପର୍ଯ୍ୟନ୍ତ କୋଲଟାର ଲେପନ କରିଲେ କି ଆକ୍ରମଣରୁ ଗଛକୁ ରକ୍ଷା କରାଯାଇ ପାରିବ |18 Jan 2017
17 ପରିବା ଚାଷ କରିଥିଲେ ଔଷଧ ପ୍ରୟୋଗ ଯୋଗୁ ଖର୍ଚ କମାଇବା ପାଇଁ ହଳଦିଆ ଅଠାଳିଆ ଟ୍ରାପ ବା ଯନ୍ତା ବ୍ୟବହାର କରନ୍ତୁ |27 Jan 2017
18 ପରିବା ଫସଲରେ ରୋଗ ଓ ପୋକ ପ୍ରାଦୁର୍ଭାବରୁ ଫସଲକୁ ରକ୍ଷା କରିବା ପାଇଁ ନିମ୍ବ ତେଲ ୩ ମି.ଲି ପ୍ରତି ଲିଟର ପାଣିରେ ସପ୍ତାହ ବ୍ୟବଧାନରେ ସିଞ୍ଚନ କରନ୍ତୁ |29 Jan 2017
19 ଆମ୍ବ ଗଛରେ ଚଣା ଆସିବାର ୧୫ ଦିନ ପରେ ଟ୍ରାଇଜୋଫସ ୨ ମି ଲି ୧ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ଯଦ୍ୱାରା ଆମ୍ବ ପାଚିଲା ପରେ ଟାକୁଆରେ ପୋକ ହେବ ନାହିଁ I30 Jan 2017
20 କାଜୁ ଗଛରେ ଫୁଲ ଆସିଲା ବେଳେ OXYDEMENTON METHYL ୨ ମି ଲି ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଡାହାଣିଆ ପୋକ ଲାଗିବ ନାହିଁ 10 Feb 2017
21 ଲଙ୍କା ଚାଷ କରୁଥିଲେ ପତ୍ର ମୋଚା ଦେଖାଦେଲେ PROFENOPHOS ୧ ମି ଲି ପ୍ରତି ଲିଟର ହିସାବରେ ପ୍ରୟୋଗ କରନ୍ତୁ I11 Feb 2017
22 ମୁଗ ଗଛର ପତ୍ର ହଳଦିଆ ପଡିଗଲେ ଏବଂ ମୁଗ ଗୁଡିକ କଲା ପଡି ଆସିଲେ ମୁଗକୁ ତୋଳି ଆଣି ଖରାଟିଆ ଶୁଖିଲା ଜାଗାରେ ଭଲଭାବେ ଶୁଖାଇ ଦିୟନ୍ତୁ I18 Feb 2017
23 ପିଆଜ ଫୁଲ ଏବଂ ପତ୍ର ହଳଦିଆ ପଡି ଶୁଖି ଆସିଲେ ସାତ ଦିନ ପର୍ଯ୍ୟନ୍ତ ପାଣି ବନ୍ଦ କରିଦିୟନ୍ତୁ ଓ ଏହିପରି ଜମିରେ ରହିବାକୁ ଦିୟନ୍ତୁ I ସପ୍ତାହେ ପରେ ପିଆଜ ଅମଳ ଯୋଗ୍ୟ ହୋଇଯିବ |20 Feb 2017
24 ଟମାଟୋକୁ ଦୂରସ୍ଥିତ ବଜାରକୁ ପଠାଇବା ପାଇଁ ଗୋଲାପୀ ରଙ୍ଗ ବା ରଙ୍ଗ ଧରିଥିବା ସମୟରେ ତୋଳନ୍ତୁ ଏହାଦ୍ୱାରା ଟମାଟୋ ୫-୭ ଦିନ ପର୍ଯ୍ୟନ୍ତ ସତେଜ ରହିଥାଏ I25 Feb 2017
25 ସାଧାରଣତଃ ଟମାଟୋ ଫଳର ଆକାର ବିକୃତକାର ହେଲେ ଏହାର କାରଣ ଜଳ ସେଚନରେ ଅନିୟମିତା ହୋଇଥାଏ ତେଣୁ ତାପମାତ୍ରା ବଢିବା କ୍ଷଣି ଉଚିତ ବ୍ୟବଧାନରେ (୩-୪ ଦିନରେ ଥରେ) ଜଳ ସେଚନ କରନ୍ତୁ |27 Feb 2017
26 ବ୍ରୋକଲି ଚାଷ କରୁଥିଲେ ଗ୍ରୀନ ମାଜିକ କିସମର ଚାରା ଲଗାନ୍ତୁ ଏହା ଗଜପତି ଜ଼ିଲ୍ଲା ପାଇଁ ଉପଯୁକ୍ତ କିସମ08 Dec 2016
27 ଟମାଟୋ ଚାଷ ପାଇଁ ଝାଉଁଳା ରୋଗ ପ୍ରତିରୋଧକ ଶକ୍ତି ଯୁକ୍ତ କିସମ ସ୍ଵର୍ଣ ସମ୍ପଦ ଚାରା ଲଗାନ୍ତୁ09 Dec 2016
28 ନିଜ ଜମିର ଉର୍ବରତା ଏବଂ ସାର ପ୍ରୟୋଗର ମାତ୍ରା ଜାଣିବା ପାଇଁ ନିଜ ଜମିର ବିଭିନ୍ନ ସ୍ଥାନରୁ ମାଟି ନମୁନା ସଂଗ୍ରହ କରି କୃଷି ବିଜ୍ଞାନ କେନ୍ଦ୍ରରେ ଦିଅନ୍ତୁ ଓ ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ସଂଗ୍ରହ କରି ନିୟନ୍ତୁ |25 Jan 2017
29 ଚିନାବାଦାମ ଗଛରେ ଠିକ ଫଳ ଆସିଲା ବେଳେ ମାଟି ତଳୁ ଉଇ ଏବଂ ଧବଳ ଭୃଙ୍ଗ ଖାଇ ଯିବାର ଆଶଙ୍କା ଥାଏ ତେଣୁ ଗଛ ମୂଳରେ CHLOROPYRIPHOS ୩ ମି. ଲି. ପ୍ରତି ଲିଟର ହିସାବରେ ସିଞ୍ଚନ କରନ୍ତୁ I03 Mar 2017
30 ମାର୍ଚ୍ଚ ମାସରେ ରଜନୀଗନ୍ଧା ଫୁଲ ଚାଷ କରିବା ପାଇଁ ଶୃଙ୍ଗାର ଏବଂ ପ୍ରଜ୍ୱଳ କିସମର କାଣ୍ଡକୁ କାରବେଣ୍ଡଜ଼ୀମ ୨ GM/LIT ପାଣି ହିସାବରେ ୨୦ ମିନଟ ପର୍ଯ୍ୟନ୍ତ ବୁଡାଇ ତାହାକୁ ଛାଇରେ ୨-୩ ଘଣ୍ଟା ଶୁଖାଇ ତାପରେ ଜମିରେ ଲଗାନ୍ତୁ I09 Mar 2017
31 ରଜନୀଗନ୍ଧା କନ୍ଦା ଲଗାଇବା ପାଇଁ 2-2.5 CM ଚଉଡ଼ା କନ୍ଦା ବାଛନ୍ତୁ ଏବଂ 3 C.M ଗଭୀରତାରେ (30X20) C.M ଦୂରତାରେ ମାର୍ଚ୍ଚ ରୁ ଏପ୍ରିଲ ମାସ ମଧ୍ୟରେ ଲଗାନ୍ତୁ |10 Mar 2017
32 ପୋଟଳ ଚାଷ କରୁଥିଲେ କବକ ଜନିତ ସମସ୍ୟା ଦେଖାଦେଲେ METALAXYL + MANCOZEB 2GM/LT ହିସାବରେ ଗଛ ମୂଳରେ ସିଞ୍ଚନ କରନ୍ତୁ I16 Mar 2017
33 ଜମିରୁ ଅଦରକାରୀ ପୋକ ଓ ଉଈ ମାରିବା ପାଇଁ ଖରାଟିଆ ଚାଷ ସମୟରେ ହେକଟର ପ୍ରତି ୧ କି ଗ୍ରା ଫୁରାଡାନ ବାଲିରେ ମିଶାଇ ପ୍ରୟୋଗ କରନ୍ତୁ I24 Mar 2017
34 ସୂର୍ଯ୍ୟମୁଖୀ ଚାଷ କରୁଥିଲେ SPODOPTERA ପୋକକୁ ଦମନ କରିବାକୁ ହେଲେ PROFENOPHUS କିମ୍ବା TRIZOPHUS ୨ ML/LT ପାଣିରେ ମିଶାଇ ସିଞ୍ଚନ କରନ୍ତୁ I30 Mar 2017
35 କଖାରୁ ଜାତୀୟ ପରିବା ଚାଷ କରୁଥିଲେ POLYTHENE ବେଗରେ ମଞ୍ଜି ପକାଇ ଚାରା ପ୍ରସ୍ତୁତ କରନ୍ତୁ ଏହାଦ୍ୱାରା ଜମି ପ୍ରସ୍ତୁତି ସମୟରେ ଚାରା ପ୍ରସ୍ତୁତ ହେବ ସହିତ ସମୟ ସଂଚୟ ହୋଇ ପାରିବ I12 Apr 2017
36 ଆମ୍ବରେ ଫଳମାଛି ଲାଗିବା ଦାଉରୁ ରକ୍ଷା ପାଇବା ପାଇଁ ଜନତା ବା TRAP ବ୍ୟବହାର କରନ୍ତୁ, ଏକର କୁ ପ୍ରାୟ ୮-୧୦ ଟି TRAP ମାଟିରୁ ୨.୫ ଫୁଟ ଉଚ୍ଚତାରେ ଲଗାନ୍ତୁ |13 Apr 2017
37 ପୋଟଳ ଚାଷ କରିବା ପାଇଁ ମାଟିକୁ ଭଲଭାବେ ଚାଷ କରି (୩୦X୩୦X୩୦) ମାପର ଗାତ ୧.୫ ମି ଧାଡିକୁ ଧାଡି ଓ ୧.୨ ମି ଗାତକୁ ଗାତ ଦୂରତାରେ ଖୋଲନ୍ତୁ I ଏଥିରେ ଖାତା ୧୫ କି ଗ୍ରା ଏବଂ DAP-୧୦୦ ଗ୍ରା , MOP-୧୦୦ ଗ୍ରା ଲେଖାଏଁ ଦେଇ ଡ଼ାଳ ପୋତନ୍ତୁ I20 Apr 2017
38 ମାଟିକୁ ଅଧିକ ଉର୍ବର ଏବଂ ଗଛକୁ ରୋଗ ଓ ପୋକ ଠାରୁ ଦୁରେଇ ରଖିବାକୁ ହେଲେ ନିମ ଲେପ ଯୁକ୍ତ ୟୁରିଆ ବ୍ୟବହାର କରନ୍ତୁ I21 Apr 2017
39 ଖରିଫ ଋତୁରେ ଚାଷ କାମ ଆରମ୍ଭ କରିବା ପୂର୍ବରୁ ଜମିରେ ୨ Qtl କାଗଜକଳ ମଇଳା ପ୍ରତି ଏକର ହିସାବରେ ବ୍ୟବହାର କଲେ ମାଟିର ଅମ୍ଳତା ଅଁଶ କମିଥାଏ |25 Apr 2017
40 ମାଟିକୁ ଆଧିକ ରୋଗମୁକ୍ତ କରିବା ପାଇଁ ଖରାଟିଆ ଚାଷ କରନ୍ତୁ ଓ ଜମିରୁ ମାଟି ନମୁନା ସଂଗ୍ରହ କରି କୃଷି ବିଜ୍ଞାନ କେନ୍ଦ୍ରରେ ମାଟି ପରୀକ୍ଷା କରାଇ ନିୟନ୍ତୁ |27 Apr 2017
41 ଗ୍ରାମୀଣ କୃଷି ମୌସମ ସେବାର ସୂଚନା ଅନୁଯାୟୀ ଆସନ୍ତା ୨-୩ ଦିନ ଭିତରେ ବର୍ଷା ହେବାର ସମ୍ଭାବନା ଥିବାରୁ ଯୋଉ ଚାଷୀ ଭାଇମାନେ ଧାନ କିମ୍ବା ରାଶି ଅମଳ କରିଛନ୍ତି ତାକୁ ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ i03 May 2017
42 ଯେ କୌଣଷି ବିହନ, ଚାରା ବା ଔଷଧ କିଣିବା ପୁର୍ବରୁ କୃଷି ବିଭାଗ ଅଧିକାରି ବା ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନଂକ ପରାମର୍ଶ ନିୟନ୍ତୁ14 May 2017
43 ଆମ୍ବର ସତେଜତା ବେଶିଦିନ ରଖିବା ପାଇଁ ତୋଳି ସରିଲା ପରେ ତାକୁ ତୁରନ୍ତ ପେକିଂ ନକରି ପେକ ହାଉସରେ ନଡା ଉପରେ ପାଣି ଛିଂଚି ଫେନ ତଳେ ୨୪ ଘଣ୍ଟା ପର୍ଯ୍ୟନ୍ତ ବିଛାଇ ରଖନ୍ତୁ17 May 2017
44 ଆମ୍ବ ଅମଳ ପରେ ବର୍ଷା ପୂର୍ବରୁ ଗଛର ମଧ୍ୟ ଭାଗରେ ବଢିଥିବା ଡାଳକୁ କାଟନ୍ତୁ ଏହାଦ୍ଵାରା ଗଛର ଅନ୍ୟାନ୍ୟ ଡାଳ ଗୁଡିକୁ ସୂର୍ଯ୍ୟ କିରଣ ଭଲଭାବେ ମିଳିଥାଏ ଓ ଆଗାମୀ ଋତୁରେ ଭଲ ବଉଳ ଆସିଥାଏ 22 May 2017
45 ବନ୍ଧିତ ଉଚ୍ଚ ଜମିପାଇଁ ସ୍ବଳ୍ପ ଦିନିଆ ଧାନ କିସମ ଯଥା ସହଭାଗୀ, ଖଣ୍ଡଗିରି, କଳିଂଗ-୩ , ଯୋଗେଶ, ସିଧାନ୍ତ ବ୍ୟବହାର କରନ୍ତୁ26 May 2017
46 ବର୍ଷାଦିନେ ପରିବା ଚାରା ପ୍ରସ୍ତୁତ କରିବା ପାଇଁ ପଲିଟନେଲ ତିଆରି କରନ୍ତୁ ,ଏହି ଟନେଲ ଭିତରେ ଚାରା ଲଗାଇଲେ ପ୍ରବଳ ବର୍ଷାରେ ଚାରା ନଷ୍ଟ ହୁଏ ନାହିଁ30 Jun 2017
47 ଗଜପତି ଜ଼ିଲ୍ଲାର ସମସ୍ତ ଚାଷୀ ଭାଇମାନକୁ ଅନୁରୋଧ କରାଯାଉଛିଯେ ସେମାନେ ନିଜ ଚାଷ ଜମିରୁ ମାଟି ନମୁନା ସଂଗ୍ରହକରି କୃଷି ବିଜ୍ଞାନ କେନ୍ଦ୍ରରେ ପରୀକ୍ଷା କରି ମୂର୍ତ୍ତିକା ସ୍ବାସ୍ଥ୍ୟ ପତ୍ରିକା ସଂଗ୍ରହ କରନ୍ତୁ I17 Jul 2017
48 ଲଗାତାର ବର୍ଷା ଯୋଗୁଁ ମକା ଗଛ କିମ୍ବା ପନିପରିବା ଗଛ ମୂଳ ଯଦି ସଢ଼ି ଯାଉଥାଏ ତାହାହେଲେ METALAXYL + MANCOZEB ୪୦୦ ଗ୍ରାମ ପ୍ରତି ଏକର ହିସାବରେ ଗଛ ମୂଳରେ ପ୍ରୟୋଗ କରନ୍ତୁ21 Jul 2017
49 ବର୍ଷା ଦିନେ ଧାନ ଗଛର ମୂଳ ସଢା ଦେଖା ଯାଇଥାଏ ତେଣୁ ଧାନ କିଆରୀର ପାଣିକୁ ନିଷ୍କାସନ କରି ଗଛ ମୂଳରେ METALAXYL + MANCOZEB ୪୦୦ ଗ୍ରାମ ପ୍ରତି ଏକର ହିସାବରେ ପ୍ରୟୋଗ କରନ୍ତୁ 27 Jul 2017
50 ନିଜ ଜମିର ଉର୍ବରତା ଏବଂ ସାର ପ୍ରୟୋଗର ମାତ୍ରା ଜାଣିବା ପାଇଁ ନିଜ ଜମିର ବିଭିନ୍ନ ସ୍ଥାନରୁ ମାଟି ନମୁନା ସଂଗ୍ରହ କରି KVK ଠାରେ ମୂର୍ତ୍ତିକା ପରୀକ୍ଷା କରାଇ ନିୟନ୍ତୁ13 Dec 2016
51 ମାଟିକୁ ଉର୍ବର ଏବଂ ଗଛକୁ ପୋକ ଠାରୁ ଦୁରେଇ ରଖିବାକୁ ହେଲେ ନିମ ଲେପ ଯୁକ୍ତ ୟୁରିଆ ବ୍ୟବହାର କରନ୍ତୁ I07 Apr 2017
52 ଖରାଦିନେ ମାଟିରେ ଯଦି ଟିକେ ବତର ଥିବା ଖାଲି ନଛାଡି ଚାଷ କରି ଦିୟନ୍ତୁ I08 Apr 2017
53 ପନିପରିବା ଚାଷ କରୁଥିଲେ ରାସାୟନିକ ଔଷଧ ବ୍ୟବହାର ନକରି BIOPESTICIDE ଏବଂ TRAP ବ୍ୟବହାର କରନ୍ତୁ I10 Apr 2017
54 ଆସନ୍ତା ୩. ୫.୨୦୧୭ ତାରିଖ ଦିନ ରା.ଉଦୟଗିରି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ଆମ୍ବ ଓ ଲିଚୁ ବଗିଚାର ନିଲାମରେ ଭାଗ ନେବା ପାଇଁ ଦିଆ ଯାଇଥିବା ଫୋନ ନମ୍ବରରେ ଯୋଗାଯୋଗ କରନ୍ତୁ ୮୮୯୫୯୪୩୫୭୫, ୮୮୯୫୬୫୯୦୫୦ 02 May 2017
55 ସମତଳ ଜମିରେ ମଧ୍ଯମ ଦିନିଆ ଧାନ କିସମ ଯଥା MTU ୧୦୧୦, ଲଲାଟ୍, କୋଣାର୍କ , ସୁରେନ୍ଦ୍ର , ନବିନ୍, MTU-୧୦୦୧ ବ୍ଯବହାର କରନ୍ତୁ I01 Jun 2017
56 କଖାରୁ ଜାତୀୟ ଫସଲରେ ଫଳ ମାଛିର ଦମନ ପାଇଁ 1 ଲିଟର ପାଣିରେ ୧ ଗ୍ରାମ THIOMETHOXAM କୀଟନାଶକ ମିଶାଇ ସିଞ୍ଚନ କରନ୍ତୁ28 Jun 2017
57 ବର୍ଷାଦିନିଆ ଭେଣ୍ଡି ଲଗାଇବା ପାଇଁ ପୁସା ସାବନି , ଅର୍କା ଅନାମିକା, ଉତ୍କଳ ଗୌରବ, ଅଭୟ ଭଳି ସାହେବି ରୋଗ ପ୍ରତିରୋଧକ କିସମ ବ୍ୟବହାର କରନ୍ତୁ08 Jul 2017
58 ଖରିଫ ଋତୁରେ ପିଆଜ ଚାଷ ପାଇଁ ପଲି ଟନେଲ ବା ଛାୟା ଗୃହରେ ପିଆଜ କିସମ ଭୀମା ସୁପର, ଆଗ୍ରୀ ଫୋୖଣ୍ଡ ଡାର୍କ ରେଡର ଚାରା ପ୍ରସ୍ତୁତ କରନ୍ତୁ14 Jul 2017
59 ଝୁଡଗଁ ଚାଷ ପାଇଁ ବର୍ଷାଦିନେ ବୁଦାଳିଆ କିସମ ଉତ୍କଳ କୁମାରୀ, କାଶୀ କାଞ୍ଚନ ବ୍ୟବହାର କରନ୍ତୁ28 Jul 2017
60 ବର୍ଷା ଦିନେ ପରିବା ଚାଷ କରୁଥିଲେ ଯଥାଶୀଘ୍ର ହୁଡ଼ା ଟେକନ୍ତୁ ଏହା ଦ୍ୱାରା ବର୍ଷାଜଳ ନିଷ୍କାସିତ ହୋଇଥାଏ ଏବଂ ସଢା ଜାତୀୟ ରୋଗ ହେବାର ସମ୍ଭାବନା କମ ରହିଥାଏ05 Aug 2017
61 ବର୍ଷାଦିନେ ପନିପରିବା ଚାଷ କରୁଥିଲେ ଗଛକୁ ଗଛ ଏବଂ ଧାଡିକୁ ଧାଡି ଉପଯୁକ୍ତ ଦୂରତା ରଖନ୍ତୁ ଏହାଦ୍ବାରା ମେଘୁଆପାଗ ଯୋଗୁଁ ଯଊପୋକ ଲାଗିବାର ସମ୍ଭାବନା କମ ରହିଥାଏ10 Aug 2017
62 ସାଧାରଣତଃ ବର୍ଷାଦିନେ ମୂଳଶଢା ଏବଂ ପଚା ରୋଗ ପନିପରିବାରେ ଅଧିକ ଦେଖାଦିଏ ଏଇଥିପାଇଁ ଚାରା ଲଗାଇବା ପୂର୍ବରୁ ୨ ଗ୍ରାମ CARBENDAZIM ପ୍ରତି ଲିଟର ପିଛା ହିସାବରେ ଚାରାକୁ ୨୦ ମିନଟ ବୁଡାଇ ବିଶୋଧନ କରନ୍ତୁ11 Aug 2017
63 ଗଜପତି ଜ଼ିଲ୍ଲାର ସମସ୍ତ ଚାଷୀଭାଇମାନକୁ ଅନୁରୋଧ କରାଯାଉଛିଯେ ସେମାନେ ନିଜଚାଷ ଜମିରୁ ମାଟି ନମୁନା ସଂଗ୍ରହକରି କୃଷି ବିଜ୍ଞାନ କେନ୍ଦ୍ର, ଗଜପତି ଠାରେ ପରୀକ୍ଷା କରି ମୂର୍ତ୍ତିକା ସ୍ବାସ୍ଥ୍ୟ ପତ୍ରିକା ସଂଗ୍ରହ କରିନିଅନ୍ତୁ I 16 Aug 2017
64 ସାଧାରଣତଃ ଏହି ସମୟରେ ଲେଡା ପୋକ ଲାଗିବାର ସମ୍ଭାବନା ଥାଏ ତେଣୁ ଲେଡା ପୋକ ଲାଗିଲେ CHOLOROPYRIPHOS କିମ୍ବା QUINALPHOS ୪୦୦ ମି ଲି ପ୍ରତି ଏକର ହିସାବରେ ପ୍ରୟୋଗ କରନ୍ତୁ22 Aug 2017
65 ଫୁଲକୋବି ଚାଷ କରୁଥିଲେ ଯଦି ଯଉ ପୋକ ଲାଗିଥାଏ ତାହାହେଲେ ଟ୍ରାଇଜୋଫସ ୨ ମି. ଲି /ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ I03 Jan 2017
66 ଆମ୍ବ ଗଛରେ ୫୦% ରୁ ଅଧିକ ବଉଳ ଆସିବା ସମୟରେ ବଉଳ ନ ଝଡ଼ିବା ପାଇଁ ଗଛରେ ପାଣି ଦିୟନ୍ତୁ ଏବଂ ତୋତାକୁ ଘାସ ଓ ଅନାବନା ଗଛରୁ ମୁକ୍ତ ରଖନ୍ତୁ |06 Jan 2017
67 ଗେଂଡୁ ଚାଷ କରୁଥିଲେ ପାଗ କୋହଲା ରହିଲେ ଫୁଲ ବିନ୍ଧା ଏବଂ କାଣ୍ଡ ବିନ୍ଧା ପୋକ ଦେଖା ଯାଇଥାଏ ତେଣୁ TRIZOPHOS 2ML/LT ହିସାବରେ ସିଞ୍ଚନ କରନ୍ତୁ I17 Mar 2017
68 ତଳି ଘେରାରେ ଚାରାର ମୂଳଶଢା ଏବଂ ପଚା ରୋଗ ହୋଇଥାଏ ତେଣୁ ତଳି ଘରାର ଉଚତା ୧୫ ସେ ମି ରଖନ୍ତୁ ଏବଂ METALAXYL + MANCOZEB ୧ଗ୍ରାମ ପ୍ରତି ଲିଟର ହିସାବରେ ୧୫ ଦିନ ବ୍ୟବଧାନରେ ସିଞ୍ଚନ କରନ୍ତୁ05 Jul 2017
69 ଚାଷୀ ଭାଇମାନେ ରବି ଫସଲ ଅମଳପରେ ଖରାଟିଆ ଚାଷ କରି ଦିୟନ୍ତୁ I ଟ୍ରାକଟର ଚାଳିତ ମୋଡ ପତ୍ର ଲଙ୍ଗଳା କିମ୍ବା ପ୍ଲେଟ ଲଙ୍ଗଳ ବା ବଳଦ ଚାଳିତ ମୋଡ ପତ୍ର ଲଙ୍ଗଳ ବ୍ୟବହାର କରି ଚାଷ କରନ୍ତୁ I21 Mar 2017
70 ଧାନଚାଷୀ ଭାଇମାନେ ଶୀଘ୍ର ତଳିଘରା ପ୍ରସ୍ତୁତ କରି ଜୁଲାଇ ଶେଷ ସପ୍ତାହ କିମ୍ବା ଜୁଲାଇ ପ୍ରଥମ ସପ୍ତାହ ସୁଧା ଧାନ ତଳି ରୁଆ ଶେଷ କରନ୍ତୁ03 Jun 2017
71 ଗଜପତି ଜ଼ିଲ୍ଲାର ଚାଷୀ ଭାଇମାନକୁ ଅନୁରୋଧ କରାଯାଉଛିଯେ ସେମାନେ ନିଜ ଚାଷ ଜମିରୁ ମାଟି ନମୁନା ସଂଗ୍ରହକରି କୃଷି ବିଜ୍ଞାନ କେନ୍ଦ୍ରରେ ପରୀକ୍ଷା କରି ମୂର୍ତ୍ତିକା ସ୍ବାସ୍ଥ୍ୟ ପତ୍ରିକା ସଂଗ୍ରହ କରନ୍ତୁ I16 Jun 2017
72 ଖରିଫ ଋତୁରେ ବାଇଗଣ ଚାଷ କରିବା ପାଇଁ ଝାଉଁଳା ରୋଗ ସହିଷ୍ଣୁ କିସମ ସ୍ବର୍ଣ୍ଣ ଶ୍ୟାମଳୀ ଚାରା ବ୍ୟବହାର କରନ୍ତୁ17 Jun 2017
73 ଧାନ ତଳିରେ ବେଳେ ମହିଷା ରୋଗ ଲାଗିବାର ସମ୍ଭାବନା ଥାଏ ତେଣୁ ମହିଷା କୁ ଦମନ କରିବାକୁ ହେଲେ TRICYCLAZOLE 0.6 G/LT ପାଣିରେ ମିଶାଇ ସିଞ୍ଚନ କରନ୍ତୁ20 Jun 2017
74 ଧାନ ତଳିକୁ ପଦରରେ ଲଗାଇବା ପୂର୍ବରୁ ପଦରକୁ ଘାସମୁକ୍ତ କରନ୍ତୁ ଏବଂ ହୁଡ଼ା ସବୁକୁ କାଟିକରି ସଫାକରି ଦିୟନ୍ତୁ ତାଦ୍ଵାରା ପୋକର ପ୍ରାଦୁର୍ଭାବ କମିଯିବ23 Jun 2017
75 ଗଜପତି ଜ଼ିଲ୍ଲାର ଚାଷୀ ଭାଇମାନକୁ ଅନୁରୋଧ କରାଯାଉଛିଯେ ସେମାନେ ନିଜ ଚାଷ ଜମିରୁ ମାଟି ନମୁନା ସଂଗ୍ରହକରି କୃଷି ବିଜ୍ଞାନ କେନ୍ଦ୍ରରେ ପରୀକ୍ଷା କରି ମୂର୍ତ୍ତିକା ସ୍ବାସ୍ଥ୍ୟ ପତ୍ରିକା ସଂଗ୍ରହ କରନ୍ତୁ I10 May 2017
Hide Main content block

Copyright © Krishi Vigyan Kendra, Boudh

Visitor Counter smallseotools.com/visitor-hit-counter/

Powered by nTier Softwares